ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଭିଡ-୧୯ର ତୃତୀୟ ଲହର ପିଲାଙ୍କ ପାଇଁ ଅଧିକ ବିପଦ ବୁଲି କୁହାଯାଉଛି | ଏହା ଭିତରେ ଇଣ୍ଡୋନେସିଆରେ କୋଭିଡ ପିଲାଙ୍କ ଉପରେ ପ୍ରଭାବ ପକାଇଛି ଯାହା ଚିନ୍ତାର କାରଣ ପାଲଟିଛି। ଗତ ମାସକ ମଧ୍ୟରେ ଡେଲଟା ଭାରିଏଣ୍ଟ ପ୍ରତି ସପ୍ତାହରେ ୧୦୦ରୁ ଅଧିକ ପିଲାଙ୍କ ଜୀବନ ନେଉଛି । ମୃତ୍ୟୁ ହୋଇଥିବା ପିଲାଙ୍କ ମଧ୍ୟରେ ୫ବର୍ଷରୁ କମ ବୟସର ପିଲା ବି ରହିଛନ୍ତି। ଇଣ୍ଡୋନେସିଆରେ କରୋନାରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ୧୨.୫ ପ୍ରତିଶତ ରହିଛି। ସେହିପରି ୩୦ଲକ୍ଷ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଏଥିରେ ୮୩ହଜାର ଲୋକଙ୍କ ମୃତ୍ୟୁ ହୋଇଛି। କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଏଯାବତ ୮୦୦ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ଏଥିମଧ୍ୟରୁ ଗତମାସରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବା କୁହାଯାଉଛି। ଗତ ଶୁକ୍ରବାର ଇଣ୍ଡୋନେସିଆରୁ କରୋନାର ୫୦ହଜାର ମାମଲା ସାମ୍ନାକୁ ଆସିଥିବା ବେଳେ ୧୫୬୬ଜଣଙ୍କ ମୃତ୍ୟୁ ହୋଇଛି।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……