Report Card Odisha

| Daily Odia News

ସ୍ବାଭିମାନୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମେଷ : ରାଜଯୋଗ ଅଛି। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ସ୍ବଭାବ ଆପଣଙ୍କୁ ମହାନ୍ କରି ଗଢ଼ିତୋଳିବା ସହିତ ଉଚ୍ଚାସନରେ ଆସୀନ କରିପାରେ। କୃଷକମାନେ ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ।
ବୃଷ : ଆତ୍ମବିଶ୍ବାସୀ ହେବେ। ଉତ୍ତମ ବ୍ୟବହାର ଯୋଗଁୁ ବ୍ୟବସାୟରେ ଉନ୍ନତି କରିବେ। ଆପଣଙ୍କ ଭଣ୍ଡାରରେ ଧନଦୌଲତ ଭରିଦେବ। ଅସାଧ୍ୟ ସାଧନ କରିପାରନ୍ତି। ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ।
ମିଥୁନ : ଜଣେ ବିଦ୍ୟାପ୍ରେମୀ ଭାବେ କୃଚ୍ଛ୍ର ସାଧନା ବଳରେ ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି। ଆପଣଙ୍କ ଶାନ୍ତ, ଶିଷ୍ଟ ଓ ସହନଶୀଳ ସ୍ବଭାବରୁ ସାମାଜିକ ଆଦର ଲାଭ କରିବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ।
କର୍କଟ : ଆହ୍ବାନର ସମ୍ମୁଖୀନ ହେଲେ ବି ଅତି ସହଜସାଧ୍ୟଭାବେ ତା’ର ମୁକାବିଲା କରି ପାରଦର୍ଶିତା ଅର୍ଜନ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯିବ।
ସିଂହ : ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଗତି କରିବେ। ଦୀର୍ଘ ଦିନର ମନସ୍କାମନା ପୂରଣ କରିପାରନ୍ତି। ଦାତାଭାବେ ସୁନାମର ଅଧିକାରୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
କନ୍ୟା : ଆତ୍ମବିଶ୍ବାସକୁ ଜାଗ୍ରତ କରି ବହୁ ସୁଫଳର ଅଧିକାରୀ ହୋଇପାରନ୍ତି। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ସରକାରୀ ପ୍ରୋତ୍ସାହନରୁ ସମ୍ମାନ ପାଇ ଆତ୍ମ ସନ୍ତୋଷ ପାଇବେ।
ତୁଳା : ପରୋପକାରୀ ହେବେ। ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ନିଜର ନୁହେଁ ବରଂ ଜନସାଧାରଣଙ୍କର ଚଲାପଥକୁ ଆଲୋକିତ କରିପାରନ୍ତି। ଦୟାର ଅବତାର ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ।
ବିଛା : ନିରାଡ଼ମ୍ବର ଓ ସରଳ ଜୀବନଯାପନ କରିପାରନ୍ତି। ସ୍ନେହ, କରୁଣା, ଭକ୍ତି ରସାତ୍ମକ ହେବେ। ପାରିବାରିକ ଜୀବନ ମଧୁମୟ ହେବ। ଆଜି ଦିନଟି ଆପଣଙ୍କର ସୁଖସମୃଦ୍ଧି ପାଇଁ ପ୍ରଶସ୍ତ ରହିଛି। ନିର୍ଭରଶୀଳ ହେବେ।
ଧନୁ : ଆତ୍ମଶକ୍ତିକୁ ଜାଗ୍ରତକରି ତା’ ଉପରେ ବିଶ୍ବାସ ରଖିଲେ ଆଶୁ ବିପଦର ମୁକାବିଲା କରିପାରିବେ। ଧୀ’ ଶକ୍ତିସମ୍ପନ୍ନ ହେବେ। ଭାଷାକୁ ନମନୀୟ ଓ କମନୀୟ କରି ଅସୁବିଧାରୁ ମୁକୁଳି ଯାଇପାରନ୍ତି। ସ୍ବାଭିମାନୀ ହେବେ।
ମକର : ବେଶ, ପରିପାଟୀ ଦେବଦୁଲ୍ଲଭ ହେବ। ପରିସ୍ଥିତିର ଗୁରୁତ୍ବ ବହନ କରିବାକୁ ବାଧ୍ୟ ହେବେ। ସୁରୁଖୁରୁରେ ଦିନଟି ଅତିବାହିତ କରିପାରନ୍ତି। ସେବା କ୍ଷେତ୍ରକୁ ଫେରି ଆସିବାକୁ ମନ ବଳାଇ ପାରନ୍ତି।
କୁମ୍ଭ : ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି। ଶାସ୍ତ୍ର ଓ ସାହିତ୍ୟକୁ ଲେଖା ମାଧ୍ୟମରେ ଲୋକଲୋଚନକୁ ଆଣିପାରନ୍ତି। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ସତ୍ୟ ପଥରେ ରହି ଦୃଢ଼ବ୍ରତ ଆଚରଣ କରିବେ।
ମୀନ : ଭାଷା ପରମ କଲ୍ୟାଣୀୟ ହେବ। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ। ସପତ୍ନୀକ ଜୀବନକୁ ମଧୁମୟ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ରଚନାକୁ ଶାଣିତ କରିପାରନ୍ତି।

Breaking News