ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି ୧, ୨, ୩, ୪ ଶେଷ ନମ୍ବରର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ସମୟସୀମା ଆସନ୍ତା ୩୦ ରେ ଶେଷ ହେବ । ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ୩୧ରେ ଶେଷ ହେବାକୁ ଥିବା ଗାଡ଼ରି ଶେଷ ନମ୍ବର ୧, ୨କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ତେବେ ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ରାଜ୍ୟରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯୁଗ୍ମ ପରିବହନ କମିସନର କହିଛନ୍ତି, ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ମୋଟ ୧୦,୬୫,୩୧୨ଟି ଯାନ ମାଲିକ ସ୍ଲଟ୍ ବୁକ୍ କରିଛନ୍ତି । ସେଥିମଧ୍ୟରୁ ୫୯,୩୭,୧୭ଟି ଗାଡ଼ିରେ ଏଚଏସଆରପି ଲଗାଯାଇଛି । ଏମ.ଭି ଧାରା ୧୯୨ ଆକ୍ଟ ୧୯୮୮ ଅଧିନରେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଯେଉଁ ଗାଡ଼ି ଏଚଏସଆରପି ସହିତ ପଞ୍ଜିକରଣ ହୋଇନଥିବ, ୫ ହଜାର କିମ୍ବା ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……