ରିପୋର୍ଟ କାର୍ଡ/ ନୂଆଦିଲ୍ଲୀ
ଅଜଗର ପେଟ ଚିରି ଉଦ୍ଧାର ହେଲା ମହିଳାଙ୍କ ମୃତଦେହ | ଯାହାପରେ ସମଗ୍ର ଗାଁ ଆତଙ୍କିତ ହୋଇପଡିଛି। ସାମାଜିକ ଗଣମାଧ୍ୟରେ ଏହି ଘଟଣା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଇଣ୍ଡୋନେସିଆରେ ଘଟିଛି ଏହି ଘଟଣା। ୨୨ ଫୁଟ ଲମ୍ବର ଏକ ଅଜଗର ଜଣେ ୫୪ ବର୍ଷୀୟା ମହିଳାଙ୍କୁ ଜୀବନ୍ତ ଗିଳି ଦେଇଥିଲା ସୂଚନା ଅନୁସାରେ, ୫୪ ବର୍ଷୀୟା ମହିଳା ରବର ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ଯେତେବେଳେ ସ୍ଥାନୀୟ ଲୋକେ ପ୍ରାୟ ଦୁଇ ଦିନ ଧରି ନିଖୋଜ ଥିବା ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲେ, ସେତେବେଳେ ସେମାନେ ୨୨ ଫୁଟ ଲମ୍ବର ଏକ ଅଜଗର ଦେଖିଲେ, ଯାହାର କି ପେଟ ଫୁଲିଥିଲା। ସନ୍ଦେହ ହେବାରୁ ଅଜଗରର ପେଟ କଟାଯାଇଥିଲା। ଏହାପରେ ଅଜଗର ପେଟରୁ ସେମାନେ ମହିଳାଙ୍କ ଶରୀରର ଅଂଶବିଶେଷ ପାଇଥିଲେ, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି। ଏହାପୂର୍ବରୁ ୨୦୧୭ରେ ପଶ୍ଚିମ ସୁଲାୱେସୀ ଦ୍ୱୀପରେ ଏକ ଅଜଗର ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଗିଳି ଦେଇଥିଲା ଓ ପରେ ଅଜଗର ପେଟ ଚିରି ତାଙ୍କ ମୃତଦେହ ବାହାର କରାଯାଇଥିଲା। ସୂଚନା ଅନୁସାରେ- ଇଣ୍ଡୋନେସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଅନ୍ୟାନ୍ୟ ଅଞ୍ଚଳରେ ବହୁ ସଂଖ୍ୟାରେ ଅଜଗର ଦେଖିବାକୁ ମିଳିଥାଏ। ଏହି ଅଜଗର ଶିକାରକୁ ପ୍ରଥମେ ନିଜର ତୀକ୍ଷ୍ଣ ବକ୍ର ଦାନ୍ତରେ ଧରିଥାନ୍ତି ଏବଂ ଏହାକୁ ପୁରା ଗିଳିବା ପୂର୍ବରୁ ଏହାକୁ ଶ୍ୱାସରୁଦ୍ଧ କରି ମାରିଦିଅନ୍ତି।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..