ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ରେନରେ ଝରକା ପାଖରେ ବସିବାକୁ ପ୍ରାୟତ ସମସ୍ତଙ୍କୁ ଭଲ ଲାଗିଥାଏ | କିନ୍ତୁ ବେଳେ ବେଳେ ଝରକା ପାଖରେ ବସିବାକୁ ଝଗଡା କରିଥାଉ | ସେହି ଝରକା ପାଖରେ ଏଭଳି ଘଟଣା ଘଟିଛି ଯାହା ଅକଳ୍ପନୀୟ ଏବଂ ଅବିଶ୍ୱସନୀୟ। ଜଣେ ବ୍ୟକ୍ତି ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ହଠାତ୍ ଏକ ଲୁହାରଡ଼ ଝରକା ଭେଦ କରି ଆସି ତାଙ୍କ ମୁଣ୍ଡରେ ପଶିଯାଇଥିଲା। ଝରକା ସିଟ୍ରେ ବସିଥିବା ଯାତ୍ରୀ ଜଣକର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣକ ଝରକା ସିଟ୍ରେ ବସିଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେବା ଅତିକଷ୍ଟଦାୟକ। ମୃତ ଯାତ୍ରୀ ଜଣକ ହେଉଛନ୍ତି ହରିକେଶ କୁମାର ଦୁବେ। ନିଜ ଆସନରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଖି ବନ୍ଦ କରି ବସିଥିବା ଲକ୍ଷ୍ୟ ଦେଖିବାକୁ ମିଳିଥିଲା | ଦିଲ୍ଲୀରୁ କାନପୁର ଅଭିମୁଖେ ଯାଉଥିବା ନିଳାଞ୍ଚଳ ଏକ୍ସପ୍ରେସରେ ହରିକେଶ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରେଳ ଟ୍ରାକ୍ କାର୍ଯ୍ୟରେ ବ୍ୟବହୃତ ଏକ ଲୁହା ରଡ ହଠାତ୍ ଝରକା ଭେଦ କରି ତାଙ୍କ ବେକରେ ପଶିଯାଇଛି |ଟ୍ରେନଟି ଆଲିଗଡ ଜଙ୍କସନରେ ଅଟକିଥିଲଊ। ହରିକେଶ ମୃତଦେହ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।






More Stories
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……