ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ଶତ୍ରୁ ତଥା ମୋଟେ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ ଥିବା ହାଫିଜ ସଇଦ ଏବଂ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନ ଆଶ୍ରୟ ଦେଇଛି। କିନ୍ତୁ ବର୍ତ୍ତମାନ ବୋଧହୁଏ ପାକିସ୍ତାନରେ ଉଭୟଙ୍କ ପାଇଁ ବିପଦ ରହିଛି। ସେମାନେ ବୋଧହୁଏ ଭୟ କରୁଛନ୍ତି ଯେ ପାକିସ୍ତାନ ସରକାର ସେମାନଙ୍କୁ ନିଜ ସ୍ବାର୍ଥ ପାଇଁ ହତ୍ୟା କରିପାରନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ- ପାକିସ୍ତାନରେ ଏବେ ଯେଉଁ ଆତଙ୍କବାଦୀମାନେ କାମ କରୁ ନାହାଁନ୍ତି ସେହି ଆତଙ୍କବାଦୀଙ୍କୁ ବର୍ତ୍ତମାନ ହତ୍ୟା କରାଯାଉଛି। ସୂଚନା ଅନୁଯାୟୀ, ଗତ ୩ମାସ ମଧ୍ୟରେ ଏହିପରି ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି କିମ୍ବା ସେମାନଙ୍କୁ ହତ୍ୟା କରାଯାଇଛି, ଯେଉଁମାନେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଅଟନ୍ତି। ଏହି ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ଆତଙ୍କବାଦୀ ଏବଂ ଖାଲିସ୍ତାନୀ ଆତଙ୍କବାଦୀ ଅଛନ୍ତି। ହାଫିଜ ସଇଦ ଏବଂ ଦାଉଦ ଇବ୍ରାହିମଙ୍କ ମୃତ୍ୟୁ ନେଇ ଚର୍ଚା ହେଉଛି |






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……