ରିପୋର୍ଟ କାର୍ଡ / ଜଗତସିଂହପୁର
ଦେବୀ ନଦୀ କେତକେଶ୍ବର ଘାଟରେ କାଉଡ଼ିଆ ନିଖୋଜ ହୋଇଛନ୍ତି। ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ ମାରିବାବେଳେ ଅଘଟଣ ଘଟିଛି। ବୁଡ଼ ମାରିବାବେଳେ ଦୁଇଜଣ କାଉଡ଼ିଆ ଦେବୀ ନଦୀରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟଜଣକୁ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଥିଲେ। ଜଣେ କାଉଡ଼ିଆ ବୁଡ଼ି ଯାଇ ନିଖୋଜ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ବର୍ତ୍ତମାନ ଅଗ୍ନିଶମ ବାହିନୀ ଦ୍ବାରା ନିଖୋଜ କାଉଡ଼ିଆକୁ ଖୋଜାଖୋଜି ଜାରି ରଖିଥିବାବେଳେ ନିଖୋଜ କାଉଡ଼ିଆ ଜଣେ ନାବାଳକ, ବିଦ୍ୟାଧରପୁର ଗାଁର ବୋଲି ସୂଚନା ମିଳିଛି।






More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..