ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର ଜନ୍ମାଷ୍ଟମୀ ତଥା ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ | ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଏ । ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ମନାଉଛନ୍ତି। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ଆଜିର ଦିନରେ ଶ୍ରୀକୃଷ୍ଣ ଦେବକୀ-ବାସୁଦେବ ଙ୍କ କୂଳରେ ବନ୍ଦୀ ସାଳରେ ଜନ୍ମ ଲାଭ କରିଥିଲେ | ଏହି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରହିଛି ସ୍ୱତନ୍ତ୍ର ନୀତିକାନ୍ତି। ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ସନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଟେରା ବନ୍ଧା ହେବାପରେ ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ଭୋଗରାଗ ଲାଗି କରାଯିବ। ବିଧି ଅନୁସାରେ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ। ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ। ପୂଜାପଣ୍ଡା ସାମନ୍ତ, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିବେ।






More Stories
ସତର୍କ ରୁହନ୍ତୁ……
ସଫଳ ହେବେ…..
ବନ୍ଧୁଙ୍କ ସହ ସମୟ କଟିବ…..