ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାପାନରେ ଭୟଙ୍କର ତୋଫାନ ନାନମାଡ଼ୋଲ ସ୍ଥଳଭାଗ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ଏହି ବାତ୍ୟାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୯୦ ଜଣ ଆହତ ହୋଇଛନ୍ତି। ୯୦ ଲକ୍ଷ ଲୋକଙ୍କୁ ସେମାନଙ୍କ ଘରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାପାନର ଦକ୍ଷିଣରେ କ୍ୟୁଶୁ ଦ୍ବୀପର କାଗୋସିମା ସହର ନିକଟରେ ତୋଫାନ ରବିବାର ଲ୍ୟାଣ୍ଡଫଲ ହୋଇଛି। ଆସନ୍ତା କିଛିଦିନ ମଧ୍ୟରେ ଏହା ଜାପାନର ମୁଖ୍ୟ ଦ୍ବୀପ ହୋନସୁ ଅତିକ୍ରମ କରିବା ଅନୁମାନ କରାଯାଉଛି। ବାତ୍ୟା ପାଇଁ ହଜାର ହଜାର ଲୋକ ରବିବାର ରାତିରେ ଜରୁରୀକାଳୀନ ଆଶ୍ରୟସ୍ଥଳରେ ରାତ୍ରିଯାପନ କରିଛନ୍ତି। ୩ ଲକ୍ଷ ୫୦ ହଜାର ଲୋକ ବିନା ବିଜୁଳିରେ ଅଛନ୍ତି। ପରିବହନ ଏବଂ ବ୍ୟବସାୟ ପ୍ରଭାବିତ ହୋଇଛି। ଦେଶରେ ଭୂସ୍ଫଳନ ଏବଂ ବନ୍ୟା ସ୍ଥିତି ଦେଖାଦେଇଥିବା ସୂଚନା ମିଳିଛି |






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..