ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜର୍ମାନୀର ହାମବର୍ଗ ସହରରେ ଏକ ଗୁଳିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି । କିଙ୍ଗଡମ୍ ହଲ୍ ବିଲ୍ଡିଂରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଚାନ୍ସେଲର ଓଲାଫ ସ୍କଲ୍ଜ ଏଭଳି ଭୟଙ୍କର ହିଂସାକୁ କଡ଼ା ନିନ୍ଦା କରିଛନ୍ତି। ଗୁଳିକାଣ୍ଡର କାରଣ କ’ଣ ଜଣାପଡ଼ିନି। କିନ୍ତୁ ଗୁଳିକାଣ୍ଡ କରିଥିବା ସନ୍ଦିଗ୍ଧ ବ୍ୟକ୍ତିର ମଧ୍ୟ ପୁଲିସ ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଣେ ପୂର୍ବତନ ଚର୍ଚ୍ଚ ସଦସ୍ୟ ଫିଲିପ ଏଫ୍ ଏହି ଗୁଳିକାଣ୍ଡ ଘଟାଇଛି। ଏଥିରେ କୌଣସି ଆତଙ୍କବାଦୀ ଗୋଷ୍ଠୀର ସମ୍ପୃକ୍ତି ନଥିବା ଜଣାପଡ଼ିଛି।






More Stories
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..
ନେପାଳ ବନ୍ୟା;ହେବ ଡିଏନଏ ପରୀକ୍ଷା…..
ରନୱେରେ ଫାଟିଲା ବିମାନର ଟାୟାର…..