ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟର ଜସପ୍ରୀତ ବୁମରାହ । ଆଜି ଟିଭି ଉପସ୍ଥାପିକା ସଞ୍ଜାନା ଗଣେଶନଙ୍କ ହାତ ଧରିଛନ୍ତି। ସୋସିଆଲ ମିଡିଆରେ ବୁମରାହ ବିବାହ ଫଟୋ ସେୟାର କରିଛନ୍ତି । ଗୋଆରେ ଅଳ୍ପ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି । ବିବାହ ସମ୍ପର୍କରେ ଜଣାପଡିବା ପରେ ଅନ୍ୟ କ୍ରିକେଟରମାନେ ବୁମରାହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବ୍ୟକ୍ତିଗତ କାମ ଦର୍ଶାଇ ବୁମ୍ରାହ ଇଂଲଣ୍ଡ ଗସ୍ତରେ ଯାଇନାହାନ୍ତି । ଏଏନ୍ଆଇକୁ ବିସିସଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସେ ବିବାହ ସମ୍ପର୍କରେ ବିସିସିଆଇକୁ ସୂଚନା ଦେଇଥିଲେ । ବିବାହର ପ୍ରସ୍ତୁତି ପାଇଁ ସେ ବିରତି ନେଇଥିଲେ । ସେପଟେ ସଂଜନା ଷ୍ଟାର ସ୍ପୋର୍ଟସ୍ ଓ ଅନ୍ୟ ଚ୍ୟାନେଲ ପାଇଁ କ୍ରିକେଟ୍ ଉପସ୍ଥାପିକା ଭାବେ କାମ କରିଛନ୍ତି ।






More Stories
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ…..
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ…..