ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିର ହାତ ଛାଡି ମହାମେଣ୍ଟ ସରକାର ଗଠନ କରିଥିବା ବେଳେ ଜେଡିୟୁକୁ ଶକ୍ତ ଝଟ୍କା ଲାଗିଛି। ମଣିପୁରରେ ଜେଡିୟୁର୫ ଜଣ ବିଧାୟକ ବିଜେପିରେ ମିଶିଛନ୍ତି। ଏନେଇ ଜେଡିୟୁ ପକ୍ଷରୁ ସୂଚନା ମିଳିଛି। ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ବିହାରରେ ଘଟିଥିବା ରାଜନୈତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଦଳ ଛାଡି ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ମଣିପୁରର ଜେଡିୟୁ ବିଧାୟକ। ବିହାରରେ ଏନଡିଏ ମେଣ୍ଟରୁ ଦଳ ଓହରିବା ନିଷ୍ପତ୍ତିକୁ ନେଇ ଏହି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲେ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..