ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହେମନ୍ତ ସୋରେନ ଗିରଫ ହେବାପରେ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ହୋଇଛନ୍ତି । ଶପଥ ନେବାର ତିନି ଦିନ ପରେ ଚମ୍ପାଇ ସୋରେନଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ଫେବ୍ରୁଆରି ୫ ଅର୍ଥାତ ଆସନ୍ତା ସୋମବାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତୃତ୍ୱାଧୀନ ମେଣ୍ଟର ପ୍ରାୟ ୪୦ ଜଣ ବିଧାୟକଙ୍କୁ ହାଇଦ୍ରାବାଦକୁ ପଠାଯାଇଛି | ମିଳିଥିବା ସୂଚନା ଅନୁସାରେ-ଆସ୍ଥା ଭୋଟ ପୂର୍ବରୁ ଘୋଡ଼ା ବେପାର ଭୟରେ ବିଧାୟକମାନଙ୍କୁ ହାଇଦ୍ରାବାଦ ନିଆଯାଇଛି ରିସୋର୍ଟରକୁ ପୋଲିସ ସୁରକ୍ଷାରେ ରଖାଯାଇଛି | ଫ୍ଲୋର ଟେଷ୍ଟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଭାଗ ନେବେ ବୋଲି ଖବର ଆସିଛି |






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..