Report Card Odisha

| Daily Odia News

ବିଜେଡି ଛାଡ଼ି ବିଜେପିରେ ପୂର୍ବତନ ବିଧାୟକ କୈଳାଶ କୁଲେସିକା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅଭିନ‌େତା ତଥା ବିଜେପି ନେତା ଅରିନ୍ଦମ ରାୟ ଏବଂ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କହିଛନ୍ତି ଯେ ବିଜେଡି ତାଙ୍କ ସହ ବିଶ୍ବାସଘାତକତା କରିଛି। ତାଙ୍କୁ ଟିକେଟ ଦେବ କହି ଦଳକୁ ଆଣିଥିଲା, ହେଲେ ଟିକେଟ୍ ଦେଲାନି। ଏଣେ ତାଙ୍କୁ କୋଟିଏ ଟଙ୍କାର ପ୍ରଲୋଭନ ଦେଇଥିଲା। ଏଣୁ ସେ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେଇଥିବା କହିଛନ୍ତି।

Breaking News