ରିପୋର୍ଟ କାର୍ଡ / କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜର ପ୍ରଶାନ୍ତ ପାଲଙ୍କୁ ହାତୀ ଆକ୍ରମଣ କରିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ରତନପୁର ଗାଁ ନିକଟରେ ହାତୀପଲ ଆତଙ୍କ ଚଳାଇଥିବା ନେଇ ଖବର ପାଇଥିଲେନର୍ଲା ରେଞ୍ଜର ପ୍ରଶାନ୍ତ ପାଲ। ସେ ଆଜି ସକାଳେ ରତନପୁର ଗାଁ ନିକଟରେ ହାତୀ ଘଉଡ଼ାଇବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସେ ନିଜେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ପ୍ରଶାନ୍ତ ପାଲଙ୍କୁ ଦଳି ଦେଇଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।






More Stories
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….