ରିପୋର୍ଟ କାର୍ଡ / ବଲାଙ୍ଗୀର
ପତ୍ନୀକୁ ହତ୍ୟା କରିଥିବା ସ୍ୱାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ । ଅଭିଯୁକ୍ତ ସ୍ୱମୀ ଜଣକ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ’ର ଜୟୀରାମ ମାଝୀ। ଆଜି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏହି ଦଣ୍ଡାଦେଶ ଦେଇଛନ୍ତି।ଉଲ୍ଲେଖ ଯୋଗ୍ୟ ଜୟୀରାମ ଧାମନଡଙ୍ଗା ସ୍ଥିତ ଘରେ ସ୍ତ୍ରୀ ଉର୍ମିଳା ମାଝୀଙ୍କ ଟଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟାକାଣ୍ଡରେ ଏକ ବିଦ୍ୟୁତ୍ ତାର ବ୍ୟବହାର କରିଥିଲା। ତେବେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଘର ଭିତରେ ଝୁଲାଇ ଦେଇଥିଲା। ଗତବର୍ଷ ଜୁନ୍ ୧୫ ତାରିଖରେ କଣ୍ଟାବାଞ୍ଜି ପୁଲିସ ମୃତଦେହକୁ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପରେ ଉର୍ମିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ିଭୂତ ହୋଇଥିଲା। ସେପଟେ ଜୟୀରାମ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ପୋଲିସ ଜୟୀରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।






More Stories
ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..
ଭୁବନେଶ୍ୱରରେ ରାଷ୍ଟ୍ରପତି……
ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ…..