ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ୟେଦୁରପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିବାବେଳେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଜୁନ୍ ୧୭ ପର୍ଯ୍ୟନ୍ତ ୟେଦୁରପ୍ପାଙ୍କୁ ଗିରଫ କିମ୍ବା ଅଟକ ରଖାଯାଇପାରିବ ନାହିଁ। ଗୁରୁବାର ପୋକ୍ସୋ ଆଇନ ଅନୁଯାୟୀ ଫାଷ୍ଟଟ୍ରାକ୍ କୋର୍ଟ ୟେଦୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଅନ୍ୟପଟେ ହାଇକୋର୍ଟ ୟେଦୁରପ୍ପାଙ୍କୁ ତଦନ୍ତରେ ସହଯୋଗ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଜୁନ୍ ୧୭ରେ ତଦନ୍ତରେ ସହଯୋଗ ପୂର୍ବକ ସିଆଇଡି ନିକଟରେ ହାଜର ହେବାକୁ ତାଙ୍କୁ କୁହାଯାଇଛି। ଗତ ମାର୍ଚ୍ଚରେ ପୀଡିତା ନାବାଳିକାର ମା’ ବେଙ୍ଗାଲୁରୁର ସଦାଶିବନଗର ଥାନାରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୀଡିତାର ଭାଇ ଅଦାଲତରେ ମାମଲା ଦାୟର କରିଥିଲେ। ମାମଲା ଆଧାରରେ ଫାଷ୍ଟଟ୍ରାକ୍ କୋର୍ଟ ୟେଦୁରପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଗିରଫ ପରୱାନା ପରେ ୟେଦୁରପ୍ପା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।





More Stories
ମୁଁ ଇସ୍ତଫା ଦେବି ନାହିଁ…..
ଇସ୍ତଫା ଦେଲେ ଏମକେ ଷ୍ଟାଲିନ…..
ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ବାଛିବେ ଶାହା-ମୋହନ…..