ରିପୋର୍ଟ କାର୍ଡ / ବାଲେଶ୍ୱର
ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସୁପରସୋନିକ କରୁଜ ମିସାଇଲ ବ୍ରହ୍ମୋସ ଉତକ୍ଷେପଣ ହୋଇଛି। ଉତକ୍ଷେପଣ ପରେ ରାଡାରରୁ ମିଳିଥିବା ତଥ୍ୟକୁ ନେଇ ସମୀକ୍ଷା ଚାଲିଛି। ଭାରତ ଓ ଋଷର ମିଳିତ ସହଯୋଗରେ ଏହି ବ୍ରହ୍ମୋସ ନିର୍ମିତ ହୋଇଛି। ବ୍ରହ୍ମୋସକୁ ସ୍ଥଳ, ବାୟୁ ଓ ନୌସେନାରେ ସାମିଲ କରାଯାଉଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରେ ସୁପରସୋନିକ ମିଶାଇଲ ବ୍ରହ୍ମୋସ। ଏଥିରେ ୨୦୦ ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..