ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ଦୁଇ ବର୍ଷ ପରେ କାଉଡି ଯାତ୍ରା ପାଇଁ ଅନୁମତି ମିଳିଛି | ଏଥର ଶ୍ରାବଣ ମାସରେ କାଉଡ଼ିଆ ମାନେ ଧବଳେଶ୍ୱର ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ। ସେମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଏନେଇ ଆଜି ସୂଚନା ଦେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । କହିଛନ୍ତି, ପ୍ରତିବର୍ଷ ଧବଳେଶ୍ଵର ପୀଠକୁ କାଉଡ଼ିଆ ମାନେ ଆସି ପ୍ରଭୁଙ୍କ ନିକଟରେ ଜଳ ଲାଗି କରିଥାନ୍ତି। ଏବର୍ଷ ମଧ୍ୟ କାଉଡ଼ିଆମାନେ ଆସିବେ। ସେମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ, ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ହେଲେ ସମସ୍ତ କାଉଡ଼ିଆ ଭାଇ ମାନେ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବେ। ସେଠାରେ ବାହୁଙ୍ଗି ରଖି କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ।






More Stories
ରେଡ୍ ୱାର୍ଣ୍ଣିଂ…..
ଭୁଆଁ ବୁଲାଉଛନ୍ତି…..
ଭୟଙ୍କର ବର୍ଷା,ଏହି ୩ ଜିଲ୍ଲାକୁ ସତର୍କ ସୂଚନା……