ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଡିୟୁରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତମ କୁହାଯାଉଥିବା କେସି ତ୍ୟାଗୀ ଜେଡିୟୁ ମୁଖପାତ୍ର ପଦ ଛାଡିଛନ୍ତି। ନୀତୀଶ କୁମାର ରାଜୀବ ରଞ୍ଜନଙ୍କୁ ଦଳର ନୂତନ ଜାତୀୟ ମୁଖପାତ୍ର ନିଯୁକ୍ତ କରିଛନ୍ତି। ତାଙ୍କ ଇସ୍ତଫା ପତ୍ରରେ କେସି ତ୍ୟାଗୀ ମୁଖପାତ୍ର ପଦ ଛାଡିବା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଇଣ୍ଡିଆ ଆଲିଆନ୍ସରୁ ଅଲଗା ହେବା ସମୟରେ, କେସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜୋରଦାର୍ ସମର୍ଥନ କରିଥିଲେ। କିନ୍ତୁ ଲୋକସଭା ନିର୍ବାଚନ ଫଳାଫଳର ୩ ମାସ ପରେ କେସି ତ୍ୟାଗୀଙ୍କ ଇସ୍ତଫା ଆଶ୍ଚର୍ଯ୍ୟଜନକ ଥିବା ରାଜ୍ୟର ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି।। କେସି ତ୍ୟାଗୀ ସମାଜବାଦୀ ରାଜନୀତିର ପୃଷ୍ଠଭୂମିରୁ ଆସିଛନ୍ତି। ସେ ପଶ୍ଚିମ ୟୁପିର ନେତା। ନୀତୀଶ କୁମାରଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି। ଲୋକସଭା ନିର୍ବାଚନ ପରେ ବିହାରରେ ନୀତୀଶ କୁମାର ଶକ୍ତିଶାଳୀ ହୋଇଛନ୍ତି ଏବଂ କେନ୍ଦ୍ର ସରକାରରେ ଜେଡିୟୁର ପ୍ରମୁଖ ଭୂମିକା ରହିଛି।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……