ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ଏପ୍ରିଲ ୨୨ରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କେଦାରନାଥ ମନ୍ଦିର ଏବଂ ଏପ୍ରିଲ ୨୩ରେ ବଦ୍ରିନାଥ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ରବିବାର ଘୋଷଣା କରିଛନ୍ତି। ଅପରପକ୍ଷରେ ଏପ୍ରିଲ ୧୯ରେ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର ଖୋଲାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ପ୍ରବଳ ତୁଷାରପାତ ଏବଂ ଶୀତ ଲହରି ଯୋଗୁଁ ଉପରୋକ୍ତ ଚାରିଟି ମନ୍ଦିରକୁ ଛଅ ମାସ ପାଇଁ ବନ୍ଦ ରଖାଯାଇଥାଏ। ତେବେ ମନ୍ଦିର ଖୋଲାଯିବାର ତାରିଖ ଏବଂ ସମୟ ପବିତ୍ର ଶିବରାତ୍ରିରେ ହିଁ ଘୋଷଣା କରାଯାଇଥାଏ। ଦେଶର ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ହେଉଛି ଅନ୍ୟତମ।ମନ୍ଦିର ବନ୍ଦ ଥିବାବେଳେ ମହାଦେବଙ୍କ ପବିତ୍ର ଛଡିକୁ ଓଁକାରେଶ୍ବର ମନ୍ଦିରରେ ପୂଜା ପାଇଥାନ୍ତି। ରବିବାର ଓଁକାରେଶ୍ବର ମନ୍ଦିର ପରିସରରେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବୈଠକ ଅନୁଷ୍ଠିତ ହୋଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେଦାରନାଥ ମନ୍ଦିରର ମୁଖ୍ୟ ପୂଜକ ରାୱଲ ଭୀମଶଙ୍କର ଲିଙ୍ଗ୍, କେଦାରନାଥ ବିଧାୟକ ଆଶା ନଉଟିୟାଲ, ମନ୍ଦିର କମିଟି ଅଧ୍ୟକ୍ଷ ହେମନ୍ତ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।






More Stories
୧୮ରେ ରାଜ୍ୟସଭା ଉପନିର୍ବାଚନ…..
ପଦ୍ମ ପୁରସ୍କାର:୬୬ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ…..
ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ…..