ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ହାଇକୋର୍ଟ ପୁଣି ଥରେ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସିବିଆଇ ଗିରଫଦାରୀକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ | ଆଜି ଅଦାଲତ ଦିଲ୍ଲୀ ଅବକାରୀ ଦୁର୍ନୀତିର ସିବିଆଇ ସହ ଜଡ଼ିତ ମାମଲାର ରାୟ ଶୁଣାଇଛନ୍ତି। ସୂଚନାଯୋଗ୍ୟ, କେଜ୍ରିଓ୍ବାଲ ୧୧୫ ଦିନ ହେଲା ଜେଲ୍ରେ ଅଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ସିବିଆଇ ମାମଲାରେ ଆବେଦନ ଖାରଜ ହେବାରୁ କେଜ୍ରିୱାଲଙ୍କୁ ବର୍ତ୍ତମାନ ଜେଲରେ ହିଁ ରହିବାକୁ ପଡ଼ିବ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..