ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜି୭ ଶିଖର ସମ୍ମିଳନୀ ପାଇଁ ଆସନ୍ତାକାଲି ଅର୍ଥାତ ଜୁନ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲିଗସ୍ତରେ ଯିବେ। ସେଠାରେ ଜୁନ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଜ୭ ଶିଖର ସମ୍ମିଳନୀର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖଳିସ୍ତାନ ସମର୍ଥକ ଇଟାଲିରେ ମହାତ୍ମାଗାନ୍ଧୀଙ୍କ ପ୍ରତିମାକୁ ନଷ୍ଟ କରି ଦେଇଛନ୍ତି। ଏହାର ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଶୁଣିବାକୁ ମିଳୁଛି ଖଲିସ୍ତାନୀ ସମର୍ଥକ ମହାତ୍ମାଗାନ୍ଧୀଙ୍କ ପ୍ରତିମା ଭାଙ୍ଗିବା ପରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାକୁ ନେଇ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ଦେଇ କହିଛି, ଇଟାଲିରେ ମହାତ୍ମାଗାନ୍ଧୀଙ୍କ ପ୍ରତିମାକୁ ନଷ୍ଟ କରାଯିବା ଘଟଣାର କଡ଼ା ପଦକ୍ଷେପ ନିଆଯିବ। ଏନେଇ ଇଟାଲିର ଅଧିକାରୀଙ୍କ ସହିତ ବି ଆଲୋଚନା କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..