Report Card Odisha

| Daily Odia News

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବୋଇ ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ମୃତ ଛାତ୍ରୀଙ୍କ ନାଁ ସଂପୂର୍ଣ୍ଣା ମହାନ୍ତି। ତାଙ୍କ ଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ। ସେ ଡିପ୍ଲୋମା ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ସଂପୂର୍ଣ୍ଣାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ଅନ୍ୟପକ୍ଷରେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜର ଅଧ୍ୟକ୍ଷ | କହିଛନ୍ତି, ଏହା ହତ୍ୟା ଘଟଣା ନୁହେଁ। ଦିନ ପ୍ରାୟ ୧୨ଟା ପାଖାପାଖି ଏହି ଘଟଣା ଘଟିଛି। ତାଙ୍କୁ ଝୁଲନ୍ତା ଅବସ୍ଥା ଦେଖିବା ପରେ ସଙ୍ଗେ ସଙ୍ଗେ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ସମସ୍ତ ପ୍ରକାର ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେହି ରୁମ୍‌ରେ ଆଉ ଜଣେ ଛାତ୍ରୀ ମଧ୍ୟ ଥିଲେ। ତେବେ ଏ ଘଟଣା ଘଟିବା ବେଳେ ସେ ଖାଇବା ପାଇଁ ଯାଇଥିଲେ।

Breaking News