ରିପୋର୍ଟ କାର୍ଡ / ଭୁବନେଶ୍ୱର
କିଟ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରବର୍ତ୍ତୀ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ମୃତ ସହପାଠୀଙ୍କୁ ନ୍ୟାୟ ଦେବା ଦାବିରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ , ସେତେବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ପରେ ଏ ସମ୍ପର୍କିତ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭିଡିଓରେ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀଙ୍କ ବ୍ୟତୀତ ଅନ୍ୟ କେତେଜଣ ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଥିବା ପ୍ରଦର୍ଶିତ ହେଉଛି। ଏହାକୁ ଆଧାର କରି ଇନ୍ଫୋସିଟି ପୁଲିସ ଆଜି ଅନ୍ୟ ୫ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୪ ଜଣ ବାଉନସର ଓ ଜଣେ ଫିଲଡ ଅଫିସର ଥିବା ଜଣାପଡିଛି। ଗିରଫ ହୋଇଥିବା ବାଉନସର ହେଉଛନ୍ତି ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ ଓ ସୁଧାଂଶୁ ଶେଖର ବେହେରା। ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ରମାକାନ୍ତ ସେଠୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ସମାନ ଘଟଣାରେ ମଙ୍ଗଳବାର ପୁଲିସ ବିଶ୍ୱବିଦ୍ୟାଳୟର ୫ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ମଧ୍ୟରେ ୨ ଜଣ ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରା ଏବଂ ୩ ଜଣ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ କୁମାର ଚମ୍ପତି ଓ ସୁଧୀର କୁମାର ରଥ ଥିଲେ। ତେବେ ଗିରଫ ହେବାର କିଛି ସମୟ ମଧ୍ୟରେ ସେମାନଙ୍କୁ ଜାମିନ ମିଳିଯାଇଥିଲା।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….