ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତ ବାଡଘିସରେ ଭୂମିକମ୍ପ ହୋଇଛି | ଭୂମିକମ୍ପରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି । ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଅପରାହ୍ଣ ସମୟରେ ଆଫଗାନିସ୍ତାନର ବାଡଘିସରେ ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା। ଭୂମିକମ୍ପର ତୀବ୍ର ଝଟକାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ ଶୁକ୍ରବାର ରାତିରେ ଆଫଗାନିସ୍ତାନର ଫେଜାବାଦ ନିକଟରେ ଭୂମିକମ୍ପର ତୀବ୍ର ଝଟକା ଅନୁଭବ ହୋଇଥିଲା । ତେବେ ଏଥିରେ ସମୟରେ କୌଣସି ଧନ ଜୀବନର କ୍ଷୟକ୍ଷତି ହୋଇ ନଥିଲା। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଥିଲା। ଶୁକ୍ରବାର ହୋଇଥିବା ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫେଜାବାଦଠାରୁ ୧୧୭ କିଲୋମିଟର ଦୂର ଦକ୍ଷିଣପୂର୍ବରେ ଥିଲା ।
More Stories
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..
୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲା ରୁଷ୍…..
କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ସରକାର…..