ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି। ‘କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟା’ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। କୁଚିଣ୍ଡାର ସମସ୍ତ ଦୋକାନ ବଜାର, ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ହେଲେ ବନ୍ଦରୁ ଜରୁରୀ ସେବା ଗୁଡ଼ିକୁ ବାଦ୍ ଦିଆଯାଇଛି। ଡାକ୍ତରଖାନା ଓ ଦମକଳ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଖୋଲା ରହିଛି |






More Stories
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..