ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲରରେ ଟ୍ରେନି ଡାକ୍ତର ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାରେ ସାମିଲ ଥିବା କୋଲକାତା ପୋଲିସ ସଞ୍ଜୟ ରାଏ ନାମକ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ କୋଲକାତା ପୋଲିସ ସହ ସିଭିକ ଭଲିଣ୍ଟିଅର ଭାବେ କାମ କରୁଥିଲା | ଦୁଷ୍କର୍ମ ଘଟଣାର କିଛିମାସ ଚୁପ ରହିବା ପରେ ନେଇ ସଞ୍ଜୟ ରାଏ ପ୍ରଥମଥର ମୁହଁ ଖୋଲି କହିଥିଲା,‘ମୁଁ ଡାକ୍ତରାଣୀଙ୍କ ଦୁଷ୍କର୍ମ ଓ ହତ୍ୟା କରିନାହିଁ। ମୋତେ ଫସାଇ ଦିଆଯାଇଛି। ସରକାର ମୋତେ ଫସାଇ ଦେଇ ଚୁପ ରହିବାକୁ ଧମକ ଦେଇଛନ୍ତି। କୋଲକାତା ପୋଲିସ ବି ମୁହଁ ନଖୋଲିବା ପାଇଁ ଧମକ ଦେଇଛି।’ ତେବେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଯାଞ୍ଚ କରୁଥିବା ସିବିଆଇ ନିଜର ଚାର୍ଜସିଟରେ ସଞ୍ଜୟ ରାଏକୁ ଅପରାଧୀ ବୋଲି ପ୍ରମାଣ କରିଛି। ପୀଡ଼ିତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ସିମେନ ନମୁନା ସଞ୍ଜୟ ରାଏ ସହିତ ମ୍ୟାଚ ହୋଇଥିଲା ବୋଲି ସିବିଆଇ ତାର ରିପୋର୍ଟରେ ଉଲ୍ଲେଖ ବି କରିଥିଲା।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..