ରିପୋର୍ଟ କାର୍ଡ / କୋରାପୁଟ
ସୁନାବେଡା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଛାତ୍ରୀବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ଘର କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାଯାଇଛି। ବିଶ୍ୱବିଦ୍ୟାଳୟରେ ଗଣିତ ବିଭାଗର ପ୍ରଥମ ବର୍ଷରେ ଛାତ୍ରୀ ଜଣକ ପଢ଼ୁଥିଲେ। ଛାତ୍ରୀ ଜଣଙ୍କ ଆଜି ସକାଳେ ନିଜ ରୁମର କବାଟ ଖୋଲି ନଥିଲେ। ଏନେଇ ସାଙ୍ଗମାନଙ୍କୁ ସନ୍ଦେହ ହୋଇଥିଲା। କବାଟ ବାଡ଼େଇ ଛାତ୍ରୀଙ୍କୁ ଡାକିଥିଲେ। ହେଲେ ଛାତ୍ରୀର ଜଣଙ୍କ କବାଟ ଖୋଲି ନଥିଲେ। ସାଙ୍ଗମାନେ କବାଟ ତାଡ଼ି ଦେଇଥିଲେ। ଛାତ୍ରୀ ଜଣଙ୍କ ଫ୍ୟାନରେ ଝୁଲୁଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏସଂପର୍କ ପୋଲିସକୁ ଜଣାଇବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି। ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..