ରିପୋର୍ଟ କାର୍ଡ / ବୌଦ୍ଧ
ବୌଦ୍ଧ ବୁଟୁପାଲିରେ ଥିବା ପୋଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ମହିଳା କନେଷ୍ଟବଳ ଚମ୍ପା ମେହେର ତାଙ୍କ ସ୍ୱାମୀ ଓ ଦୁଇ ଛୁଆଙ୍କ ସହ କ୍ୱାଟର୍ସରେ ରହୁଥିଲେ। ସେ ଜିଲ୍ଲା କୋଷାଗାରରେ ପହରା କାର୍ଯ୍ୟରେ ନିୟୋଜିତ ଥିଲେ। ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ଚମ୍ପା ମେହେରଙ୍କୁ ମୃତ ଘୋଷଣା କରିଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..