Report Card Odisha

| Daily Odia News

୧୭ ବର୍ଷର ଛାତ୍ରକୁ ନେଇ ଟ୍ୟୁସନ୍‌ ଦିଦି ଫେରାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି ଗୁରୁ ଏବଂ ଶିଶ୍ୟ ସମ୍ପର୍କରେ କଳଙ୍କ ଲାଗିଛି | ଜଣେ ଟ୍ୟୁସନ୍‌ ଦିଦି ୧୭ ବର୍ଷର ଛାତ୍ରକୁ ନେଇ ଫେରାର ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି ହରିୟାଣର ପାନୀପତ ଅନ୍ତର୍ଗତ ଦେବରାଜ କଲୋନୀରୁ । ଦିଦି ପ୍ରତିଦିନ ୪ ଘଣ୍ଟା ପଢ଼ାଉଥିଲେ ପ୍ରେମ ପାଠ। ଛାତ୍ରକୁ ନେଇ ଫେରାର ହୋଇଥିବା ଶିକ୍ଷୟିତ୍ରୀ ଘରୁ କୌଣସି ପ୍ରକାର ଦାମୀ ଜିନିଷ ନେଇନଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ପାଖରେ ଦାମୀ ଜିନିଷ ଭାବେ କେବଳ ଦିଦିଙ୍କ ହାତ ଆଙ୍ଗୁଳିରେ ପିନ୍ଧିଥିବା ମୁଦିଟିଏ ଅଛି। ଘରୋଇ ସ୍କୁଲ୍‌ରେ ପଢ଼ାଉଥିବା ଶିକ୍ଷୟିତ୍ରୀ ତଲାକ ପରେ ନିଜ ବାପ ଘ​‌ରେ ରହୁଥିଲେ। ଛାତ୍ରର ବାପା ଥାନାରେ କରିଥିବା ଅଭିଯୋଗ ଅନୁସାରେ, ତାଙ୍କର ୧୭ ବର୍ଷର ପୁଅ ଟ୍ୟୁସନ ପଢ଼ିବାକୁ ଦିଦିଙ୍କ ଘରକୁ ଯାଉଥିଲା। ଲକ୍‌ଡାଉନ୍‌ ହେବା ପରଠୁ ପ୍ରତି ଦିନ ୪ ଘଣ୍ଟା ଟ୍ୟୁସନ୍‌ ହେଉଥିଲା। ୨୯ ମେ’ରେ ମଧ୍ୟ ପଢ଼ିବାକୁ ଯାଇଥିଲା ତାଙ୍କ ପୁଅ ହେଲେ ଆଉ ଫେରିନଥିଲା । ଏମିତି କିଛି ଘଣ୍ଟା ବିତିବା ପରେ ଦିଦିଙ୍କ ବାପା ଫୋନ୍‌ କରି ଛାତ୍ରର ବାପାଙ୍କୁ ସମସ୍ତ ଘଟଣା କହିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଦୁଇ ଜଣଙ୍କ ଫୋନ୍ ସ୍ବିଚ୍‌ ଅଫ୍‌ ରହିଛି। ସେପଟେ ଶିକ୍ଷୟିତ୍ରୀ ଜଣଙ୍କ କେବଳ ମୁଦିଟିଏ ଘରୁ ନେଇ ପଳାଇଥିବା ତାଙ୍କ ବାପା କହିଛନ୍ତି। ତେବେ ଛାତ୍ର ଜଣଙ୍କ ୧୭ ବର୍ଷର ହୋଇଥିବା ବେଳେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି ।

Breaking News