ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ପେରୁରେ ଲଗାଣ ବର୍ଷା ହେତୁ ଭୂସ୍ଖଳନ ହୋଇଛି | ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଅତଡ଼ା ତଳେ ଫସି ରହିଥିବା ଜଣାପଡ଼ିଛି। ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ତିନି କିଲୋମିଟର ଅଂଚଳ ଧସିଯାଇଛି। ପେରୁରେ ଏବେ ବର୍ଷା ବିପର୍ଯ୍ୟୟ ପାଇଁ ହଜାର ହଜାର ଲୋକ ବିପନ୍ନ ହୋଇପଡ଼ିଛନ୍ତି। ଅନ୍ତର୍ଜାତୀୟ ସହାୟତା ନିମନ୍ତେ କର୍ତ୍ତୃପକ୍ଷ ନିବେଦନ କରିଥିବା ବେଳେ ଶତାଧିକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ଥିବା ଜଣାପଡ଼ିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….