ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତ୍ରିପୁରାରେ ଲଗାଣ ବର୍ଷା ପରେ ଭୂସ୍ଖଳନ ହୋଇଛି। ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ସକେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମାଟି ତଳେ ପୋତି ହୋଇ ଦୁଇ ଜଣ ନିଖୋଜ ଅଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ କହିଛନ୍ତି ଯେ ସୋମବାର ବିଳମ୍ବିତ ରାତିରେ ଦକ୍ଷିଣ ତ୍ରିପୁରା ଜିଲ୍ଲାର ଦେବିପୁରରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏଥିଯୋଗୁ ଜଣେ ମହିଳା ଓ ଶିଶୁଙ୍କ ସମେତ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ରାଜସ୍ୱ ବିଭାଗର ସଚିବ ବ୍ରିଜେଶ ପାଣ୍ଡେ କହିଛନ୍ତି ଯେ ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୋମାତି ଏବଂ ଖୋୱାଇ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେହିପରି ଗୋମାତି ଏବଂ ଖୋୱାଇ ଜିଲ୍ଲାରୁ ହିଁ ଦୁଇ ଜଣ ନିଖୋଜ ଅଛନ୍ତି। ଅଧିକାରୀଙ୍କ କହିବା ମୁତାବକ, ସୋମବାର ଠାରୁ ଲଗାତାର ବର୍ଷା ହେତୁ ତ୍ରିପୁରାରେ ଅନେକ ନଦୀର ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ତ୍ରିପୁରା ଏବଂ ଗୋମତି ଜିଲ୍ଲା ବିଶେଷ ରୂପେ ପ୍ରଭାବିତ ହୋଇଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..