ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କୋଇଲା ମନ୍ତ୍ରଣାଳୟର ଷଷ୍ଠ ପର୍ଯ୍ୟାୟ କୋଇଲା ଖଣି ନିଲାମର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କୋଇଲା ଉତ୍ପାଦନ ଏବଂ ଗ୍ୟାସିଫିକେସନ୍ ପ୍ରକଳ୍ପରେ ଅଧିକ ବିନିଯୋଗ ଆବଶ୍ୟକ କରୁଛି । ସର୍ବଭାରତୀୟ ସ୍ତରରେ ଶକ୍ତି ମୂଲ୍ୟ ବିଶେଷ ଭାବରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତ ବର୍ତ୍ତମାନ ହେଉଛି ବିଶ୍ୱର ସର୍ବୋତ୍ତମ ପୁଞ୍ଜି ବିନିଯୋଗ ସ୍ଥାନ। ବର୍ତ୍ତମାନ ସରକାରଙ୍କର ନୀତିରେ ସ୍ଥିରତା ଏବଂ ସ୍ୱଚ୍ଛ ପ୍ରକ୍ରିୟା ଯୋଗୁଁ ବିଦ୍ୟୁତ୍ କ୍ଷେତ୍ର ପାଇଁ କୋଇଲା ଆମଦାନୀ ୪୧% ହ୍ରାସ ପାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ୧୪୧ ଟି କୋଇଲା ଖଣି ନିଲାମରୁ ବାରଟି ରାଜ୍ୟ ସିଧାସଳଖ ଲାଭବାନ ହେବେ। କୋଇଲା କ୍ଷେତ୍ରକୁ ମୁକ୍ତ କରିବା ପାଇଁ ସମ୍ପ୍ରତି କୋଇଲା ମନ୍ତ୍ରଣାଳୟର ପଦକ୍ଷେପକୁ ପ୍ରଶଂସା କରି ସୀତାରମଣ କହିଛନ୍ତି ଯେ ଖଣି କ୍ଷେତ୍ର ସଂସ୍କାର ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ସଠିକ୍ ଭାବେ ଗତି ଦେଉଛି । କୋଇଲା ଗ୍ୟାସିଫିକେସନ୍ ଏବଂ ବ୍ୟବସାୟିକ ଖନନକୁ ପ୍ରୋତ୍ସାହନ ପାଇଁ ଅର୍ଥ ମନ୍ତ୍ରଣାଳୟ ସମସ୍ତ ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….