ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିବିଏସ୍ଇ ଅନ୍-ସ୍କ୍ରିନ୍ ମାର୍କିଂ (ଓଏସ୍ଏମ୍) ବିବାଦକୁ ନେଇ କେନ୍ଦ୍ର ସରକାର ସିବିଏସ୍ଇ ଅଧ୍ୟକ୍ଷ ରାହୁଲ ସିଂହ ଓ ସଚିବ ହିମାଂଶୁ ଗୁପ୍ତାଙ୍କୁ ବଦଳି କରିଛନ୍ତି। ଏହା ସହିତ ଡିଜିଟାଲ୍ ମୂଲ୍ୟାୟନ ବା ଓଏସ୍ଏମ୍ ସେବାର କ୍ରୟ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ବଡ଼ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି। ଏହି ଦୁଇ ଅଧିକାରୀଙ୍କ ବଦଳି ପରେ ବରିଷ୍ଠ ଆଇଏଏସ୍ ଲୋଖଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସିବିଏସ୍ଇର ନୂଆ ଅଧ୍ୟକ୍ଷ ଓ ବରୁଣ ଭରଦ୍ବାଜଙ୍କୁ ସିବିଏସ୍ଇର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟିର ଏହି ନୂଆ ନିଯୁକ୍ତିକୁ ଅନୁମୋଦନ କରିଛି। ପ୍ରଶାନ୍ତ ସୀତାରାମ ହେଉଛନ୍ତି ଏଜିଏମୟୁଟି କ୍ୟାଡରର ୨୦୦୧ ବ୍ୟାଚ୍ ଆଇଏଏସ୍। ସେ ଏବେ ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।






More Stories
ଏଣିକି ପିଲାଙ୍କୁ ମିଳିବ……
ଉପକୂଳ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ…..
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……