ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୈଳ ବିପଣନ କମ୍ପାନୀମାନେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୩୩ ଟଙ୍କା ୫୦ ପଇସା ହ୍ରାସ ଘୋଷଣା କରିଛନ୍ତି। ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ଅଗଷ୍ଟ ୧ ରୁ ଲାଗୁ ହେବ। ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବା ପରେ, ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଅଗଷ୍ଟ ୧ ରୁ ୧୬୩୧.୫୦ ଟଙ୍କା ହେବ। ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ହେବା ଦ୍ବାରା ଖାଦ୍ୟ ବ୍ୟବସାୟ (ହୋଟେଲ, ରେସ୍ତୋରାଁ) ତଥା ବ୍ୟବସାୟିକ ଗ୍ୟାସ ବ୍ୟବହାର କରୁଥିବା ଅନ୍ୟ ବ୍ୟବସାୟଗୁଡ଼ିକ ଉପକୃତ ହେବେ । ଅନ୍ୟପକ୍ଷରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ତେବେ ଆଗକୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ହ୍ରାସ କରାଯିବାର ସମ୍ଭାବନା ରହିଛି ।






More Stories
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..