ରିପୋର୍ଟ କାର୍ଡ / ଭୁବନେଶ୍ଵର
ମାହାଙ୍ଗା ଡବଲ ମର୍ଡର କେସ୍ରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାମାନ୍ୟ ଆଶ୍ୱସ୍ତ ମିଳିଛି । କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ରୋକ୍ ଲଗାଇଥିବା ବେଳେ ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଗତ ୩୧ ତାରିଖରେ ସାଲେପୁର ଜେଏମଏଫସି କୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ହୋଇଥିବା ବେଳେ ନିଜ ଓକିଲଙ୍କ ଜରିଆରେ ହାଜର ହୋଇଥିଲେ ପ୍ରତାପ ଜେନା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବ୍ୟକ୍ତିଗତ ଭାବେ ହାଜର ହୋଇ ନ ଥିବା ପ୍ରତାପ ଜେନା ଅସୁସ୍ଥ ଥିବା ନେଇ କ୍ୟାପିଟାଲ ହସ୍ପିଟାଲର ସାର୍ଟିଫିକେଟ ଜମା କରିଥିଲେ। ଏପରିକି ଏଥିନିମନ୍ତେ ସେ ଦୁଇ ସପ୍ତାହର ମହଲତ ମାଗିଥିଲେ। ଉକ୍ତ ଶୁଣାଣି ପରେ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର, ଧମକ ଦେବା ଅଭିଯୋଗରେ ମାମଲା ଚାଲିବା ନେଇ ସାଲେପୁର ଜେଏମଏଫସି କୋର୍ଟରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରତାପ ଜେନା ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାଲେପୁର ଜେଏମଏଫସି କୋର୍ଟଙ୍କ ଅର୍ଡରକୁ ଚ୍ୟାଲେଞ୍ଜ କରିଥିଲେ। ଏପରିକି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ବି କହିଥିଲେ। ଏଥିସହ ସେ ଉକ୍ତ ମାମଲାକୁ ଖାରଜ କରିବା ସହ ତା’ ଉପରେ ରୋକ ଲଗାଇବାକୁ ବି ଏକ ମିସକେସ୍ କରିଥିଲେ।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……