ରିପୋର୍ଟ କାର୍ଡ / ମାଲକାନଗିରି
ରାଜ୍ୟରେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଉଡ଼ିବ ବିମାନ | ଏନେଇ ଏୟାରଷ୍ଟ୍ରିପ୍ କାମ ଆରମ୍ଭ ହୋଇଛି। ୩୩ କୋଟି ଟଙ୍କା ବ୍ୟୟରେ ୯୫ ହେକ୍ଟର ଜମିରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ। ୨୦୦୬ ମସିହାରୁ ଯଦିଓ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ଗତ ୧୨ତାରିଖଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ୨୦୨୩ ମସିହା ଡିସେମ୍ବରରେ କାର୍ଯ୍ୟ ସରିବାର ଅବଧି ରହିଛି। ଅନ୍ୟପକ୍ଷେ, ନିର୍ମାଣ ହେବାକୁ ଥିବା ଏୟାରଷ୍ଟ୍ରିପ୍ରେ ଏବେ ବି ଜନବସତି ଥିବାବେଳେ ଲୋକେ ଚାଷବାସ କରି ଚାଲିଛନ୍ତି। ଫଳରେ ଠିକା ସଂସ୍ଥାକୁ କାର୍ଯ୍ୟ କରିବାରେ ଅସୁବିଧା ହେଉଛି। ସେପଟେ ତୁରନ୍ତ ଏନେଇ ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳୁଛି। ୨୦୦୬ ମସିହାରେ ଏୟାରଷ୍ଟ୍ରିପ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା | କିନ୍ତୁ ଜମି ଅଧିଗ୍ରହଣ ଓ ବିସ୍ଥାପିତଙ୍କୁ ଥଇଥାନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏୟାରଷ୍ଟ୍ରିପ୍ କାମ ଆରମ୍ଭ ହୋଇପାରୁନଥିଲା । ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂରରେ ଏୟାରଷ୍ଟ୍ରିପ୍ ନିର୍ମାଣ କାମ ଆରମ୍ଭ ହୋଇଛି। ତାରାତାରିଣୀ ନାମକ କମ୍ପାନୀ ନିର୍ମାଣ କାମ ଆରମ୍ଭ କରିଛି।ଏବେ ଜଙ୍ଗଲ ସଫା କାମ ଜାରିରହିଥିବା ଜଣାପଡିଛି |






More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….