ରିପୋର୍ଟ କାର୍ଡ / ମାଲକାନଗିରି
୪୮ ଘଣ୍ଟା ପରେ ମାଲକାନଗିରି ଜିଲ୍ଲାରେ ସମସ୍ତ ପୋଲ ଏବଂ ରାସ୍ତା ଉପରୁ ପାଣି ଖସିଛି । ହେଲେ ପୋଟେରୁ ପୋଲ ଧୋଇ ହୋଇଯାଇଥିବାରୁ ମାଲକାନଗିରିରୁ ମୋଟୁକୁ ଏପର୍ଯ୍ୟନ୍ତ ଯୋଗାଯୋଗ ସ୍ଵାଭାବିକ ହୋଇପାରିନାହିଁ। ସେହିପରି ବାୟାପଡା ଘାଟିରେ ଭୂସ୍ଖଳନ ଯୋଗୁଁ ଏବେବି ଘାଟି ଉପରେ ଥିବା ୧୮ଟି ଗାଁ ବିଚ୍ଛିନ୍ନ ହୋଇ ରହିଛି। କିନ୍ତୁ ମାଲକାନଗିରି, ଜୟପୁର, କାଲିମେଳା ଏବଂ ମୋଟୁକୁ ଯୋଗାଯୋଗ ସ୍ଵାଭାବିକ ହୋଇଛି। ପୋଟେରୁ ସେତୁର ମରାମତି ପରେ ଯାତାୟାତ ସ୍ଵାଭାବିକ ହେବ ବୋଲି ଜଣାପଡିଛି। ସେପଟେ ଆଜି ବନ୍ୟା କ୍ଷତିଗ୍ରସ୍ତଙ୍କ ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ଦୀର୍ଘ ୪୮ ଘଣ୍ଟା ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ବେହାଲ ହୋଇପଡିଥିଲା। ମଙ୍ଗଳବାର ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ଜଣାପଡିଛି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….