ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଂସଦ ସୁଲତା ଦେଓ ଙ୍କୁ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ପଦବୀରୁ ହଟାଇ ଦିଆଯାଇଛି | ସାଂସଦ ମାନସ ମଙ୍ଗରାଜ ଙ୍କୁ ଆଜି ଏଇ ନୂଆ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ନବୀନଙ୍କ ହଠାତ୍ କାହିଁକି ଏ ପଦକ୍ଷେପ ନେଲେ, ଏହାକୁ ନେଇ ଚର୍ଚ୍ଚା ଜୋର୍। ଦୁଇଦିନ ତଳେ ଭୁବନେଶ୍ୱରରେ ଜନସଂପର୍କ ପଦଯାତ୍ରା ପାଇଁ ଆୟୋଜିତ ସଭାରେ ସାଂସଦ ସୁଲତା ନବୀନଙ୍କ ବେକରେ ଉତ୍ତରୀୟ ପକାଇବା ବେଳେ ନବୀନ ବିରକ୍ତ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..