ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜ୍ୟସଭାର ପଛ ସିଟ୍ରେ ବସିବେ। ହ୍ବିଲଚେୟାର ଉପରେ ନିର୍ଭର କରୁଥିବା ମନମୋହନଙ୍କ ସୁବିଧା ପାଇଁ ଏବଂ ତାଙ୍କର ସହଜ ଯାତାୟତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ଏବଂ ଦିଗବିଜୟ ସିଂହ ଏଣିକି ରାଜ୍ୟସଭାର ଆଗ ଧାଡ଼ିରେ ବସିବେ। ତେବେ ୯୦ ବର୍ଷୀୟ ମନମୋହନ ହ୍ବିଲଚେୟାର ଉପରେ ନିର୍ଭରଶୀଳ ହୋଇଥିବାରୁ ତାଙ୍କ ନିଜ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପୂର୍ବପରି ଆଗ ଧାଡ଼ି ଆସନରେ ବସିବେ ।






More Stories
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..