ରିପୋର୍ଟ କାର୍ଡ / ଭୁବନେଶ୍ବର
ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ମାର୍କେଟ୍ ବିଲଡିଂ ବନ୍ଦ ହୋଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ । ଏହାକୁ ନେଇ ମାର୍କେଟ୍ ବିଲଡିଂ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପ୍ରତିବାଦରେ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ପକ୍ଷରୁ ମାର୍କେଟ୍ ବିଲଡିଂରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି । ମାର୍କେଟ୍ ବିଲଡିଂରୁ ଉଠା ଦୋକାନୀଙ୍କୁ ନଉଠାଇବା ପର୍ଯ୍ୟନ୍ତ ମାର୍କେଟ୍ ବିଲଡିଂ ବନ୍ଦ ରହିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଆଇଆଇସି ଏବଂ ବିଏମସି କର୍ତ୍ତୃପକ୍ଷ ପହଞ୍ଚି ବୁଝାସୁଝା କରିବା ସହ ଉତ୍ତେଜନାକୁ ନିୟନ୍ତ୍ରଣ କରିଛନ୍ତି । ଏ ନେଇ ବୁଧବାର ବିଏମସିରେ ଏକ ବୈଠକ ହେବ । ବୈଠକରେ ଉଠାଦୋକାନୀଙ୍କ ଉଠାଯିବ ନା ନାହିଁ ସେନେଇ ଆଲୋଚନା ହେବ । ସୂଚନା ଦେଲେ ବିଏମସି ସାଉଥ ଜୋନ୍ ଜେଡିସି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….