ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ୧୦ ତାରିଖ ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୧୭ ପର୍ଯ୍ୟନ୍ତ ଚାଲିବ। ଏନେଇ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି। ଏଥର ନେଡାଲ ସେଣ୍ଟରର ପରିବର୍ତ୍ତନ କରାଯିବ ନାହିଁ। ଏଯାଏ ମାଟ୍ରିକଙ୍କ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମଫିଲଅପ୍ ତାରିଖ ଘୋଷିତ ହୋଇନାହିଁ। ଖୁବ୍ ଶୀଘ୍ର ଫର୍ମଫିଲଅପ୍ ତାରିଖ ଘୋଷଣା କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି କହିଛନ୍ତି। ଚଳିତ ବର୍ଷ ପିଲାମାନେ ଅନଲାଇନରେ ଫର୍ମଫିଲଅପ୍ କରିବେ। ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଫେବ୍ରୁଆରି ୨୦ରୁ ୨୫ ତାରିଖ ଯାଏ ନବମ ଶ୍ରେଣୀର ପରୀକ୍ଷା କରାଯିବା ଲାଗି ସ୍ଥିର ହୋଇଛି। ସେହି ମାସ ୨୨ରୁ ୨୮ ତାରିଖ ଯାଏ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାୟନ ଚାଲିବ।






More Stories
ରାଜ୍ୟରେ ୫୦ରୁ ଅଧିକ ସ୍ଥାନର ହେବ ନାମ ପରିବର୍ତ୍ତନ…..
ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ….
ଜିରୋ କାଜୁଆଲିଟି ପାଇଁ ବିଶ୍ୱ ପ୍ରସିଦ୍ଧ ଓଡିଶା…..