ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତାକୁ ସଂଶୋଧନ କରି ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଜୀବନଧାରଣ ଖର୍ଚ୍ଚର ମୁକାବିଲା କରିବାରେ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ବୃଦ୍ଧି କରାଯାଇଛି। ନୂଆ ମଜୁରୀ ହାର ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ। ଶେଷ ଥର ପାଇଁ ୨୦୨୪ ଏପ୍ରିଲରେ ମଜୁରୀ ହାର ସଂଶୋଧନ କରାଯାଇଥିଲା। ସର୍ବନିମ୍ନ ମଜୁରୀ ହାରକୁ ଅଣକୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ – ତଥା ଭୌଗୋଳିକ କ୍ଷେତ୍ର-ଏ, ବି ଏବଂ ସି ଆଧାରରେ ଦକ୍ଷତା ସ୍ତର ଆଧାରରେ ବର୍ଗୀକରଣ କରାଯାଇଛି। ସଂଶୋଧନ ପରେ ଅଣକୁଶଳୀ କାମ ପାଇଁ ନିର୍ମାଣ, ଝାଡ଼େଇ, ସଫେଇ, ଲୋଡିଂ ଓ ଅନଲୋଡିଂ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ହାର ଅଣକୁଶଳୀ ପାଇଁ ଦୈନିକ ୭୮୩ ଟଙ୍କା (ମାସିକ ୨୦,୩୫୮ ଟଙ୍କା), ଅର୍ଦ୍ଧକୁଶଳୀ ପାଇଁ ୮୬୮ ଟଙ୍କା (ମାସିକ ୨୨,୫୬୮ ଟଙ୍କା), ଦକ୍ଷ କ୍ଲରିକାଲ ଏବଂ ୱାଚ୍ ଆଣ୍ଡ ୱାର୍ଡ ପାଇଁ ଦୈନିକ ୯୫୪ ଟଙ୍କା (ମାସିକ ୨୪,୮୦୪ ଟଙ୍କା) ଏବଂ ଉଚ୍ଚ କୁଶଳୀ ପାଇଁ ଦୈନିକ ୧୦୩୫ ଟଙ୍କା ଅର୍ଥାତ୍ ମାସିକ ୨୬,୯୧୦ ଟଙ୍କା ଧାର୍ଯ୍ୟ କରାଯାଇଛି।






More Stories
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ…..
ଅଖିଳେଶଙ୍କୁ ଭାଜପା ନେତାଙ୍କ ଚେତାବନୀ…..