ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାରକୁ ବଦନାମ କରିବାକୁ ମନୁଷ୍ୟକୃତ ଆଳୁ ଅଭାବ ତିଆରି କରାଗଲା। ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ, ଏବେ ପୁଣି ରାଜି ହେଲେ ଦେବାକୁ। କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ। ମାର୍କେଟରେ ପରିମାଣ କମିଲେ ଦର ବଢ଼େ। ଏବେ ତ ପର୍ଯ୍ୟାପ୍ତ ଆଳୁ ରହିଛି। ଦର ବି ସ୍ୱାଭାବିକ ଅଛି, ଆଗକୁ ଆହୁରି କମିବ। ସରକାରକୁ ବଦନାମ କରିବାକୁ ମନୁଷ୍ୟକୃତ ଆଳୁ ଅଭାବ ତିଆରି କରାଗଲା। ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ, ଏବେ ପୁଣି ରାଜି ହେଲେ ଦେବାକୁ। କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ। ମାର୍କେଟରେ ପରିମାଣ କମିଲେ ଦର ବଢ଼େ। ଏବେ ତ ପର୍ଯ୍ୟାପ୍ତ ଆଳୁ ରହିଛି। ଦର ବି ସ୍ୱାଭାବିକ ଅଛି, ଆଗକୁ ଆହୁରି କମିବ। ଏଣେ ପୁଣି ଖସିଲା ଆଳୁ ଦର। ଛତ୍ର ବଜାର୍ ବ୍ୟବସାୟୀ ସଂଘ ସଭାପତିଙ୍କ ସୂଚନା ଅନୁଯାୟୀ, ଏବେ ବଜାରରେ ଖୁଚୁରା ଦୋକାନୀ କିଲୋ ପିଛା ଆଳୁ ୩୫ ଟଙ୍କା ଓ ହୋଲସେଲ ୨୮ ଟଙ୍କା କିଲୋପ୍ରତି ଦର ଅଛି। କଟକ ଛତ୍ର ବଜାରକୁ ଆଜି ୟୁପିରୁ ୩୫ ଟନ ଆଳୁ ଆସିଛି। ଆଗକୁ ଆଳୁ ଦର ଆହୁରି କମିବ। ତେଣେ ଆଳୁ ବ୍ୟବସାୟ ମାନ୍ଦା ପଡ଼ିଛି।
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……