ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିର୍ସାସ୍ଥିତ ଆଶ୍ରମରେ ଦୁଇଜଣ ଶିଷ୍ୟାଙ୍କୁ ବଳାତ୍କାର କରିବା ଅଭିଯୋଗରେ ରୋହତକର ସୁନାରିୟା ଜେଲରେ ୨୦ ବର୍ଷର ସଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ହରିୟାଣା ସରକାର ପୁଣିଥରେ ୪୦ଦିନିଆ ପାରୋଲ ମଞ୍ଜୁର କରିଛନ୍ତି। ସେ ଆଜି ସକାଳ ସାଢ଼େ ୬ଟା ସମୟରେ ଜେଲରୁ ବାହାରିଥିବା ଜଣାଯାଇଛି। ସେ ସିର୍ସାସ୍ଥିତ ନିଜର ଡେରା ଅଭିମୁଖେ ଯାଇଥିବାର ସୂଚନା ରହିଛି। ଏହା ପୂର୍ବରୁ ଗତ ଏପ୍ରିଲ୍ ମାସରେ ମଧ୍ୟ ତାଙ୍କୁ ୨୧ ଦିନିଆ ପାରୋଲ ମିଳିଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….