ରିପୋର୍ଟ କାର୍ଡ / କଟକ
ବିଧାୟକ ମହମ୍ମଦ ମୋକିମ୍ ୧୦ ହଜାର ଟଙ୍କାର ଜମା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସାକ୍ଷ ଗ୍ରହଣ ପାଇଁ ବିଧାୟକ ମହମ୍ମଦ ମୋକିମ୍ ହାଜର ହୋଇନଥିଲେ । ଅନ୍ୟ ତାରିଖରେ ଉପସ୍ଥିତ ହେବା ଲାଗି କରିଥିବା ଆବେଦନ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ବାରବାଟୀ କଟକ ବିଧାନସଭା ନିର୍ବାଚନୀ ମାମଲା ଉପରେ ଶୁକ୍ରବାର ସାକ୍ଷୀ ଦେଇ ଥାଆନ୍ତେ ବିଧାୟକ ମହମ୍ମଦ ମୋକିମ୍ । ହାଇକୋର୍ଟ ବାର୍ ୱେଲଫେୟାର ଫଣ୍ଡରେ ୧୦ ହଜାର ଟଙ୍କା ଦାଖଲ କରିବେ । ସୋମବାର ସୁଦ୍ଧା ଟଙ୍କା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳୁଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..