ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ପରବର୍ତ୍ତୀ ସରକାର ଗଠନ ପାଇଁ ଆଜି ସଂସଦର ସେଣ୍ଟ୍ରାଲ ହଲ୍ରେ ଏନ୍ଡିଏ ନେତା ନିର୍ବାଚିତ ହେବା ପରେ ସରଗାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି। ଆଜି ସଂସଦର ସେଣ୍ଟ୍ରାଲ ହଲ୍ରୁ ବାହାରିବା ପରେ ସିଧା ଯାଇ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ।ଏନଡିଏ ସଂସଦୀୟ ଦଳର ନେତା, ବିଜେପି ସଂସଦୀୟ ଦଳର ନେତା ଏବଂ ଲୋକସଭାରେ ବିଜେପି ନେତା ଭାବେ ମନୋନୀତ ହେବା ପରେ ମୋଦୀ ସର୍ବପ୍ରଥମେ ଆଡଭାନୀଙ୍କୁ ଭେଟିଛନ୍ତି।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..