ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁକଶ୍ମୀରର କାଟ୍ରାଠାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ, ନ୍ୟାସନାଲ କନ୍ଫରେନ୍ସ ଏବଂ ପିଡିପିକୁ କଡ଼ା ସମାଲୋଚନା କରିଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଧାରା ୩୭୦ ଉପରେ ଦେଇଥିବା ବିବୃତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କଡା ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “କଂଗ୍ରେସ-ନ୍ୟାସନାଲ କନ୍ଫରେନ୍ସକୁ ନେଇ ଜମ୍ମୁକଶ୍ମୀରରେ ଉତ୍ସାହ ନ ଥାଇପାରେ, କିନ୍ତୁ ପଡୋଶୀ ଦେଶ (ପାକିସ୍ତାନ) ଏହାକୁ ନେଇ ବହୁତ ଉତ୍ସାହିତ ଅଛି । ପାକିସ୍ତାନରେ କଂଗ୍ରେସ-ନ୍ୟାସନାଲ କନ୍ଫରେନ୍ସ ମେଣ୍ଟକୁ ବହୁତ ପସନ୍ଦ କରାଯାଉଛି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୋଲାଖୋଲି ଭାବେ କଂଗ୍ରେସ-ନ୍ୟାସନାଲ କନ୍ଫରେନ୍ସକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଧାରା ୩୭୦ ଏବଂ ୩୫ଏ ସମ୍ବନ୍ଧରେ କଂଗ୍ରେସ ଏବଂ ନ୍ୟାସନାଲ କନ୍ଫରେନ୍ସର ଏଜେଣ୍ଡା ପାକିସ୍ତାନର ଏଜେଣ୍ଡା ସହିତ ସମାନ। ଅର୍ଥାତ୍ କଂଗ୍ରେସ-ନ୍ୟାସନାଲ କନ୍ଫରେନ୍ସର ଏଜେଣ୍ଡା ପାକିସ୍ତାନ ନିଜେ ପ୍ରକାଶ କରିଛି। ” ଏହାପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ କଶ୍ମୀର ବିଷୟରେ କହିଥିଲେ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ପୁଣି ଲାଗୁ ପାଇଁ ପାକିସ୍ତାନ ସରକାର ଏବଂ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ଏକମତ ଅଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଜମ୍ମୁକଶ୍ମୀରରେ ପାକିସ୍ତାନର ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଆମେ ଅନୁମତି ଦେବୁ ନାହିଁ। ଜମ୍ମୁକଶ୍ମୀରରେ ବିଶ୍ୱର କୌଣସି ଶକ୍ତି ଧାରା ୩୭୦ ଫେରାଇ ଆଣିବ ନାହିଁ।” ଆତଙ୍କବାଦୀଙ୍କ ପାଇଁ ଉପଯୁକ୍ତ ଯାହା କଂଗ୍ରେସ ଏବଂ ଏନସି ତାହା କରିଥିଲେ। “ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯେହେତୁ ଏଠାରେ ଧାରା ୩୭୦ର କାନ୍ଥ ଭାଙ୍ଗି ଯାଇଛି, ଜମ୍ମୁକଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ଦୁର୍ବଳ ହେବାରେ ଲାଗିଛି। ଜାମ୍ମୁ କାଶ୍ମୀର ସ୍ଥାୟୀ ଶାନ୍ତି ଆଡକୁ ଗତି କରୁଛି। ଅନ୍ୟପଟେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଧାରା ୩୭୦ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଧାରା ୩୭୦ ଓ ୩୫ଏ କୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କଂଗ୍ରେସ ଓ ଜେକେଏନସିକୁ ସମର୍ଥନ କରିଥିବା କଥା ପୁଣି ଥରେ କଂଗ୍ରେସକୁ ପଦାରେ ପକାଇଛି। କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ମଧ୍ୟ ସମାନ ବୋଲି ଏହି ବୟାନ ପୁଣି ଥରେ ସ୍ପଷ୍ଟ କରିଛି। ଗତ କିଛି ବର୍ଷ ଧରି ରାହୁଲ ଗାନ୍ଧି ପ୍ରତ୍ୟେକ ଭାରତୀୟ ବିରୋଧୀ ଶକ୍ତିଙ୍କ ସହ ଠିଆ ହୋଇ ଦେଶବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି। “ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ ଷ୍ଟ୍ରାଇକ୍ ର ପ୍ରମାଣ ମାଗିବା ହେଉ କିମ୍ବା ଭାରତୀୟ ସେନା ବିଷୟରେ ଆପତ୍ତିଜନକ କଥା କହିବା ପାଇଁ ହେଉ, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଦଳ ଏବଂ ପାକିସ୍ତାନର ସ୍ୱର ସର୍ବଦା ସମାନ ରହିଛି ।ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ ଷ୍ଟ୍ରାଇକ୍ ର ପ୍ରମାଣ ମାଗିବା ହେଉ କିମ୍ବା ଭାରତୀୟ ସେନା ବିଷୟରେ ଆପତ୍ତିଜନକ କଥା କହିବା ପାଇଁ ହେଉ, ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଦଳ ଏବଂ ପାକିସ୍ତାନର ସ୍ୱର ସର୍ବଦା ସମାନ ରହିଛି ଏବଂ କଂଗ୍ରେସ ସର୍ବଦା ଦେଶ ବିରୋଧୀ ଶକ୍ତିଙ୍କ ସହ ହାତ ମିଳାଇଛି। କିନ୍ତୁ କଂଗ୍ରେସ ଓ ପାକିସ୍ତାନ ଭୁଲିଯାଉଛନ୍ତି ଯେ କେନ୍ଦ୍ରରେ ମୋଦୀ ସରକାର ଅଛି, ତେଣୁ କାଶ୍ମୀରରେ ଧାରା ୩୭୦ କିମ୍ବା ଆତଙ୍କବାଦ ଫେରିବ ନାହିଁ।
More Stories
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….
ମହାରାଷ୍ଟ୍ର,ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ !…..