ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମୁଖ୍ୟ ନିର୍ବାଚନ କମିଶନର ୫ ରାଜ୍ୟପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି | ମଧ୍ୟପ୍ରଦେଶ ମୁଖମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି ବିଜେପି। ଆଜି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା। ରାଜ୍ୟରେ ନଭେମ୍ବର ୧୭ରେ ଭୋଟ ହେବ। ଏହି ଘୋଷଣା ପରେ ବିଜେପି ୪ର୍ଥ ପର୍ଯ୍ୟାୟରେ ମଧ୍ୟପ୍ରଦେଶର ୫୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହାପୂର୍ବ ୩ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇ ନଥିବା ଶିବରାଜଙ୍କ ନାଁ କିନ୍ତୁ ଏଥର ରହିଛି। ସେ ନିଜର ଗଡ଼ ବୁଧନୀରୁ ପୁଣି ନିର୍ବାଚନ ଲଢ଼ିବାକୁ ଅନୁମତି ପାଇଥିବା ସୂଚନା ମିଳିଛି |






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..